ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୨୩୨୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସମୁଦାୟ ୧୨୩୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ରକ୍ତଦାତା ଏବଂ ବ୍ଲଡ଼ବ୍ୟାଙ୍କ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଠଗଡ଼ରେରେ ସର୍ବାଧିକ ୬୭୨ ୟୁନିଟ୍ ସଂଗ୍ରହ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ୬୧୬ ୟୁନିଟ୍ ବ୍ରହ୍ମପୁରରେ ଏବଂ ତୃତୀୟ ସର୍ବାଧିକ ରାଉରକେଲାରେ ୫୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସେହିପରି କଟକ ଜିଲ୍ଲାରେ ସର୍ବାଧିକ ୧୫୩୪, ମୟୂରଭଞ୍ଜ ଜିଲ୍ଲାରେ ୧୨୩୯ ଏବଂ ଗଞ୍ଜାମ ଜିଲ୍ଲାରେ ୧୧୯୫ ୟୁନିଟ୍ ସଂଗ୍ରହ କରାଯାଇଛି ।

ଭୁବନେଶ୍ୱରର ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ୩୭୨ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଫୁଲ ଏବଂ ସାର୍ଟିଫିକେଟ୍ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଏହି କାର୍ୟ୍ୟକ୍ରମ ଜରିଆରେ ବହୁସଂଖ୍ୟାରେ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ସ୍ୱତଃସ୍ଫୂର୍ତ ଭାବେ ପରିପ୍ରକାଶ କରିଛନ୍ତି ।