ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗସ୍ତ : ୪୭୫କୋଟି ଟଙ୍କାରେ ନିର୍ମିତ ବ୍ୟାରେଜ ଉଦଘାଟନ କଲେ ରାଜ୍ୟ By Nitidin On Jan 31, 2020 Share ଆନନ୍ଦପୁର,ଏନ୍ଏନ୍ଏସ୍ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପ୍ରଥମେ ସେ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିଛନ୍ତି । ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ୱପ୍ନ ପୂରଣ ହେଲା ବୋଲି କୁହାଯାଉଛି । ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର । ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଔପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ଏହାପରେ ମୁଖ୍ୟମନ୍ତ୍ରୀ ବି.ଏନ୍ ହାଇସ୍କୁଲର ପ୍ଲାଟିନମ ଜୁବଲିରେ ଯୋଗଦେଲେ । ସେଠାରୁ ଆନନ୍ଦପୁରର ମିନି ଷ୍ଟାଡିଅମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ‘ ବ୍ୟାରେଜ୍ ହେବା ଫଳରେ ଚାଷ ପାଇଁ ମିଳିବ ଜଳସେଚନ ସୁବିଧା ମିଳିବ। ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ତିନିଟି ବ୍ଲକ୍ ଏବଂ ବାଲେଶ୍ୱର ଜିଲ୍ଲାର ସାତଟି ବ୍ଲକର ଚାଷୀମାନେ ଉପକୃତ ହେବେ। ୨୦୦୯ରେ ମୁଁ ଏହି ବ୍ୟାରେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି।’ ସେ ଆହୁରି ମଧ୍ୟ କହିଛନ୍ତି ‘ଆମେ ଲୋକଙ୍କୁ ସେବା ଯୋଗାଇ ଦେବାରେ ବିଶ୍ୱାସ କରୁ । ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଛି । Share