ଖଜୁରୀପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସମାଜସେବୀ ରମାକାନ୍ତ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ରଛାତ୍ରୀମାନେ ପ୍ରଥମେ ସ୍ୱାଗତ ସଙ୍ଗୀତରେ ସମସ୍ତଙ୍କୁ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନେଇ ସାଧାରଣ ଜ୍ଞାନ, କୁଇଜ୍, ଚିତ୍ରାଙ୍କନ, ବକୃତା ଏବଂ ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତା କରାଯିବା ସହିତ ମିଲେଟ ମିଶନ କାର୍ଯ୍ୟ ଉପରେ ସଚେତନ କରାଯାଇଥିଲା । ଶେଷରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଗଲା । ଏଥିରେ ଦଳପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବାରିକ, ପ୍ରଦୀପ କୁମାର ପ୍ରଧାନ, ଉଦୟ ନାଥ ପ୍ରଧାନ, ସସ୍ମିତା କାନୁନଗୋ, ଜିତେନ୍ଦ୍ର ଗାଇଗୋରିଆ, ସନ୍ତୋଷ କୁମାର ପ୍ରଧାନ, ରାଜନାରୟଣ ଦାଶ, ଶଙ୍କର୍ଷଣ ଯାନୀ, ଦଳପଡ଼ା ସିଆରସି ପୀତବାସ ବେହେରା, ରଞ୍ଜିତ କୁମାର ପ୍ରଧାନ, ସୁଶାନ୍ତ ମଲ୍ଲିକ, ଗୋପୀନାଥ ପ୍ରଧାନ ଓ ପ୍ରମୋଦ ମଲ୍ଲିକ ସମେତ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଉଚ୍ଚ ବିଦ୍ୟାଳୟର କର୍ମଚାରୀ କିଶୋର ଚନ୍ଦ୍ର ପ୍ରଧାନ, ଅନନ୍ତ ଯାନୀ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।