ରାଜଧାନୀରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ କମିସନରେଟ ପୁଲିସର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଫେବୃଆରୀ ୧୧ରେ ଜଣେ ୫ ବର୍ଷର ଶିଶୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହେଉଥିବା ବେଳେ ରାସ୍ତା ଜାମ ଯୋଗୁଁ ତାର ମୃତ୍ୟୁ ହୋଇଥିଲା। ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚରେ ରହିଥିବା ବେଳେ କିଭଳି ଲୋକମାନେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବେ ସେ ନେଇ ପ୍ରଶାସନରେ ଚିନ୍ତା ଘାରିଛି। ଏହି ପରିପ୍ରେକ୍ଷୀରେ କମିସନରେଟ ପୁଲିସ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି।

ରାସ୍ତାରେ ଆମ୍ବୁଲାନ୍ସ ଯିବା ସମୟରେ ଲୋକମାନେ କିଳଭି ବାଟ ଛାଡିବେ, ଗାଡିରେ ଯାଉଥିବା ଚାଳକ ରାସ୍ତାର କେଉଁ ପଟରେ ସାଇଡ ଦେବେ, ସେନେଇ ପୁଲିସ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ କରିଛି। ଏ ନେଇ ରସୁଲଗଡ ସ୍ଥିତ ଏକ ମଲରେ ଲୋକମାନଙ୍କୁ ସଚେନତା ବାର୍ତ୍ତା ଦିଆଯାଇଛି। ଏଥିରେ ପୁଲିସ କମିସନର, ଟ୍ରାଫିକ୍ ଡିସିପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ଶିଶୁ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଥିବା କମିସନରେଟ ପୁଲିସ ସୂଚନା ଦେଇଛନ୍ତି। ତେବେ ଆଗକୁ କିଳଭି ଅସୁବିଧା ନହେବ ସେନେଇ ଲୋକଙ୍କୁ ସଚେତନ କରିଛି ପୁଲିସ।