ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତାକାଲି ଠାରୁ ନବମ ଓ ଏକାଦଶ ଶ୍ରେଣୀ ବନ୍ଦ

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ତତ୍କାଳ ପାଇଁ ନବମ ଓ ଏକାଦଶ ଶ୍ରେଣୀ ବନ୍ଦ ଘୋଷଣା କରିଛନ୍ତି। ଏପ୍ରିଲ ୮ରୁ ୩୦ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଏହି ନିୟମ ଲାଗୁ ହୋଇଛି। ହଷ୍ଟେଲ ଓ ଆବାସିକ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ଘରକୁ ଚାଲିଯିବାକୁ ନିର୍ଦ୍ଦେଶ ହୋଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୫ ପର୍ଯ୍ୟନ୍ତ ଚାଲୁରଖିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ହୋଇଛି।