ନବରଙ୍ଗପୁର,ଏନ୍ଏନ୍ଏସ୍: ବିଶ୍ୱ ହିନ୍ଦୁ ପରିଷଦ ନବରଙ୍ଗପୁର ଶାଖା ପକ୍ଷରୁ ଜିଲ୍ଲା ବନ୍ଦ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ଶୋଭାଯାତ୍ରାରେ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବୀରେ ଉକ୍ତ ବନ୍ଦ ଡାକରା ଦିଆଯାଇଥିବା ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି କୃପାରାମ ସାହୁ, କିଶୋର କୁମାର ସାହୁ, ସୁବାସ ଚନ୍ଦ୍ର ବିଶୋଇ, ସନ୍ତୋଷ କୁମାର ଜେନା, ଅଜିତ ସ୍ୱାଇଁ, ସୁରଜ ତ୍ରିପାଠୀ ଓ ବାବୁଲା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।