ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ନାଗରିକ ବିକାଶ ସଂଗଠନର ନାରୀନେତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ପାନୀୟ ଜଳ ସମସ୍ୟା, ନଳକୂପ ମରାମତି, ନୂତନ ନଳକୂପ ସ୍ଥାପନ ନିମନ୍ତେ ସୋଲାର ନଳକୂପ ମଞ୍ଜୁରୀ, ଏଡ଼ବ୍ଲ୍ୟୁସିର ଭିତ୍ତିପ୍ରସ୍ତର ସ୍ଥାପନ ଓ କିଶୋରୀଙ୍କଠାରେ କୁପୁଷଣ ଦୂର କରିବା ଆଦି ଦାବୀ ଉଲ୍ଲେଖ ରହିଛି । ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସଂଗଠନର ନାରିନେତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ଶେଷରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ନାଗରିକ ବିକାଶ ସଂଗଠନର କୁନି ନାଏକ, ତିଲୋତ୍ତମା ମାଝୀ, କବିତା ଶବର, ସୁଶୀଲ ମାଝୀ, ଜନତା ମାଝୀ ଓ କୁନ୍ତୀ ମାଝୀଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।