ସିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଢ଼େଙ୍କାନାଳ ବନ୍ଦ ଡାକରା

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଢ଼େଙ୍କାନାଳରେ ସହରରେ ଦୋକାନ, ବଜାର ବନ୍ଦ ରହିଛି। ସେହିପରି ଗାଡି ଚଳାଚଳ ପ୍ରଭାବିତ ହୋଇଛି, ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି।

ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସମର୍ଥନ କରାଯାଉଛି। ବାଜିଚୌକଠାରୁ ଆରମ୍ଭ କରି କଲେଜ ଛକ ପର୍ୟ୍ୟନ୍ତ ରାସ୍ତାରେ ଆନ୍ଦୋଳନ ହେଉଛି।