ମେଡିକାଲ କଲେଜ ଦାବି ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ବୁଧବାର ନୂଆପଡ଼ାରେ ମେଡିକାଲ କଲେଜ ଖୋଲିବା ଦାବିନେଇ ମିଳିତ କ୍ରିୟାନୁଷ୍ଠାନ ନୂଆପଡ଼ା ଓ ଖରିଆର ରୋଡ୍ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସଦର ଏକତା ଛକ ଓ ଜିଲ୍ଲା କୋର୍ଟ ସମ୍ମୁଖ ଜାତୀୟ ରାଜପଥ ୩୫୩ରେ ଭାରୀଯାନ ଗୁଡ଼ିକୁ ଅଟକ ରଖାଯାଇଛି ।

ନୂଆପଡ଼ା ରାୟପୁର, ନୂଆପଡ଼ା- ବରଗଡ଼, ନୂଆପଡ଼ା– ଭବାନୀପାଟଣା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସମ୍ପୂର୍ଣ୍ଣ ଯାନବାହନ ଚଳାଚଳ ବନ୍ଦ ରହିଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ପ୍ରକାଶ ହୋଇଛି।