୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଆଜିଠୁ ଖୋଲୁଛି ସିନେମା ହଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ସୁଧୁରୁଛି କରୋନା ସ୍ଥିତି। ତେଣୁ ଦୀର୍ଘ ୯ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ସିନେମା ହଲ୍। କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍। ଏହି ସମୟରେ କୋଭିଡ ନିୟମ ପାଳନକୁ କଡାକଡି କରାଯିବ।

ହଲ ଖୋଲିବା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି। ଏଥିସହିତ ହଲ୍ ନିକଟ ଟିକେଟ କାଉଣ୍ଟରରେ ଗହଳି ନକରି ଫୋନ ନମ୍ବରକୁ ଟିକେଟ ଆସିବା ବ୍ୟବସ୍ଥା କରାଯାଇଛି। ଦର୍ଶକ ସିନେମା ହଲରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ସହ ମାସ୍କ ଓ ଗ୍ଲୋବ୍‌ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ୫୦ ପ୍ରତିଶତ ଦର୍ଶକ ବସି ସିନେମା ଦେଖିବେ।