ସିଗାରେଟ୍ କଣ୍ଟେନର ଲୁଟ ଘଟଣା: ଜାତୀୟ ସ୍ତରୀୟ ୨ ଡକାୟତ ଗିରଫ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଗତମାସ ୪ତାରିଖରେ ୧୬ନଂ ଜାତୀୟ ରାଜପଥର ଉଗ୍ରତାର ଛକ ନିକଟରୁ ଏକ ସିଗାରେଟ କଣ୍ଟେନରରୁ ୧କୋଟି ୪୭ଲକ୍ଷ ୪୦ହଜାର ଟଙ୍କାର ୩୯୦କାର୍ଟୁନ ସିଗାରେଟ ଚୋରି ଘଟଣାରେ ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା ମିଳିଛି।

ଏହି ଲୁଟରେ ସମ୍ପୃକ୍ତ ଥିବା ଦୁଇ ଜାତୀୟ ସ୍ତରୀୟ ଡକାୟତଙ୍କୁ ପୁଲିସ ମଧ୍ୟପ୍ରଦେଶରୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ଚନ୍ଦନ ନଗର ଥାନା ଅଞ୍ଚଳର ଅମିତ ଚୋପଡା ଏବଂ ଇନ୍ଦୋର ଅଞ୍ଚଳର ଅମିତ ଚୌଧୁରୀ । ସେମାନେ ଓଡ଼ିଶା ସମେତ ବହୁ ରାଜ୍ୟରେ କଣ୍ଟେନର ଲୁଟରେ ସମ୍ପୃକ୍ତ ଥିବା ଖୋର୍ଦ୍ଧା ଏସ୍ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମୋଟ ୩୯୦କାର୍ଟୁନ ସିଗାରେଟ ଚୋରି ହୋଇଥିବା ବେଳେ ୩୦୨କାର୍ଟୁନ ସିଗାରେଟ ପୁଲିସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଛି ବୋଲି ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି।