କ୍ରିସ୍ ମୋରିସ ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ଆଇପିଏଲ୍ ଇତିହାସର ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଖେଳାଳି ହୋଇଯାଇଛନ୍ତି। ମୋରିସଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଛି। ମୋରିସଙ୍କ ପୂର୍ବରୁ ଯୁବରାଜ ସିଂ ସର୍ବାଧିକ ୧୬ କୋଟି ମୂଲ୍ୟରେ ବିକ୍ରି ହୋଇଥିଲେ। ମୋରିସ ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୋର ଟିମରେ ସାମିଲ ଥିଲେ। ୨୦୨୦ରେ ଆରସିବି ତାଙ୍କୁ ୧୦ କୋଟି ଟଙ୍କାରେ କିଣିଥିଲା।

ସୂଚନାଯୋଗ୍ୟ, ମୋରିସଙ୍କ ପୂର୍ବରୁ ଭାରତର ଯୁବା ଖେଳାଳି ଶିଭମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪.୪ କୋଟି ଟଙ୍କାରେ କିଣିଥିଲା। ଶିଭମ ମଧ୍ୟ ୨୦୨୦ ଆଇପିଏଲରେ ଆରସିବି ଟିମରେ ସାମିଲ ଥିଲେ। ଶିଭମ ଭାରତ ଲାଗି ୧ଟି ଦିନିକିଆ ଓ ୧୨ଟି ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳିଛନ୍ତି।