ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଖୁବଶୀଘ୍ର ଚୌକିପଡ଼ା ରେଳ ଓଭରବ୍ରିଜ କାମ ଆରମ୍ଭ ହେବ। ଏହି ପ୍ରସ୍ତାବିତ ଓଭରବ୍ରିଜ ପାଇଁ ସରକାର ୬ କୋଟି ୬୨ ଲକ୍ଷ ୨୦ ହଜାର ୯ଶହ ୯୭ ଟଙ୍କା ମଞ୍ଜୁର କରିଛନ୍ତି। ଦୀର୍ଘବର୍ଷ ହେବ ଲୋକେ ଚୌକିପଡ଼ାଠାରେ ଓଭରବ୍ରିଜ ପାଇଁ ଦାବି କରି ଆସୁଥିଲେ ହେଁ ତାହା ତିଆରି ହୋଇପାରୁ ନଥିଲା। ତେବେ ନିର୍ବାଚନ ସମୟରେ ନବ ଦାସ ଏହି ଓଭରବ୍ରିଜ ତିଆରି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଚୌକିପଡ଼ା ଓଭରବ୍ରିଜ ନିର୍ମାଣ ପାଇଁ ନିଆଯାଇଥିବା ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି ଶ୍ରୀ ଦାସ କହିଛନ୍ତି।