କୋରିୟୋଗ୍ରାଫର ରେମୋ ଡି’ସୁଜା ହୃଦଘାତର ଶିକାର

ମୁମ୍ବାଇ: ଜଣାଶୁଣା କୋରିୟଗ୍ରାଫର ତଥା ଫିଲ୍ମ ନିର୍ମାତା ରେମୋ ଡି’ସୁଜା ଆଜି ଦ୍ୱିପ୍ରହରରେ ହୃଦଘାତର ଶିକାର ହୋଇଛନ୍ତି। ବର୍ତ୍ତମାନ ସେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ଥିବା ସୂଚନା ମିଳିଛି। ରେମୋଙ୍କର ଏନଜିଓଗ୍ରାଫି ଟେଷ୍ଟ ହୋଇସାରିଥିବାବେଳେ ଏବେ ସେ ଆଇସିୟୁରେ ଭର୍ତ୍ତି ଅଛନ୍ତି। ରେମୋଙ୍କ ସହ ଏବେ ପତ୍ନୀ ହିଜଲ ଡି’ସୁଜା ଉପସ୍ଥିତ ଥିବା ଜଣାପଡ଼ିଛି।