ଚିତ୍ତରଞ୍ଜନ ମଣ୍ଡଳଙ୍କୁ ମିଳିଲା ସଭାପତି ଦାୟିତ୍ୱ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲାରେ ବିଜେଡି ସଂଗଠନକୁ ମଜଭୁତ କରିବା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି । ଜିଲ୍ଲା ବିଜେଡି ସଭାପତି ଭାବେ ପୁନର୍ବାର ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସେହିପରି ନିର୍ବାଚନ ମଣ୍ଡଳୀରେ ମଧ୍ୟ ସଂଗଠନକୁ ସୁଦୃଢ଼ କରିବା ଲାଗି ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ସଭାପତି ନିଯୁକ୍ତ ହୋଇଛନ୍ତି । ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ନର୍ଲା ପାଇଁ ସଂଗଠକ ତଥା ବିଜେଡି ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳଙ୍କୁ ଦାୟିତ୍ୱ ମିଳିଛି । ଫଳରେ ନର୍ଲା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀ ମଣ୍ଡଳ ଦାୟିତ୍ୱ ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗାମୀ ଦିନରେ ମଣ୍ଡଳଙ୍କ ନେତୃତ୍ୱରେ ବିଜେଡି ଦ୍ୱିଗୁଣ ମଜଭୁତ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।