ପପଙ୍ଗାରେ ଚାଷୀ ସମାବେଶ

ବରଗଡ଼, ଏନ୍ଏନ୍ଏସ୍: ଭେଡେନ ବ୍ଲକ୍ ପପଙ୍ଗା ମାର୍କେଟ ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଚାଷୀ ନେତା ବିଶ୍ୱଜିତ ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ମଙ୍ଗଲୁ ମହାକୁର ସଭାପତିତ୍ୱ କରିଥିଲେ। ଏ ଅବସରରେ ଜୟ କିଶାନ ଆନ୍ଦୋଳନର ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ ପ୍ରମୁଖ ଯୋଗଦେଇ କେନ୍ଦ୍ରର ନୂଆ କୃଷି ଆଇନ ପ୍ରତ୍ୟାହାର ସହ ରାଜ୍ୟସରକାର ତାର ଅଧ୍ୟାଦେଶକୁ ରଦ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ। ସେହିପରି ବର୍ତ୍ତମାନ ସମୟରେ ଧାନ ଅମଳ ହୋଇଥିବା ସତ୍ୱେ ଟୋକନ ଆସି ନ ଥିବା ଯୋଗୁଁ ଧାନ ବିକ୍ରୀରେ ଚାଷୀମାନଙ୍କ ଅସୁବିଧା ସହ ଗତ ରବି ଋତୁରେ କୁଆପଥର ମାଡରେ କ୍ଷତିଗ୍ରସ୍ତ ଫସଳର ଇନପୁଟ ସବସିଡି ପ୍ରଦାନରେ ବିଳମ୍ବ ସମ୍ପର୍କରେ ଆଲୋଚନା ହୋଇଥିଲା । ସରପଞ୍ଚ ପୁରଷୋତ୍ତମ ସାହୁ ଧନ୍ୟବାଦ ଦେଇଥିଲେ।