ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସ୍ୱାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଶୁକ୍ରବାର ଦୁଷ୍କର୍ମ ଅଭିଯୋଗରେ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଗିରଫ କରିଛି। ସୂଚନା ଅନୁଯାୟୀ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ପ୍ରଦେଶ ପୁଲିସ ଏସ୍‌ଆଇଟି ମାମଲାର ତଦନ୍ତ କରୁଥିଲା। ଏହି ସମୟରେ ଚିନ୍ମୟାନନ୍ଦଙ୍କ ଓକିଲ ଏହାକୁ ଅର୍ଥ ଆଦାୟର ଉଦ୍ୟମ ବୋଲି କହିଥିଲେ। ଏଥିରେ ଆଇନ ଛାତ୍ରୀଜଣକ ଏସ୍‌ଆଇଟିକୁ ୪୩ଟି ଭିଡିଓ ଥିବା ଏକ ପେନ୍‌ ଡ୍ରାଇଭ ଜଜ୍‌ଙ୍କୁ ଦେଇଥିଲେ।

ତେବେ ଅଭିଯୋଗକାରିଣୀ ଜଣଙ୍କ ଚିନ୍ମୟାନନ୍ଦ କଲେଜର ଜଣେ ସ୍ନାତକୋତ୍ତର ଛାତ୍ରୀ। ଅନେକ ଦିନଧରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାଙ୍କ ସହ ଦୁଷ୍କର୍ମ କରିବା ସହ  ଶାରୀରିକ ଶୋଷଣ କରୁଥିବା ସେ ଅଭିଯୋଗ କରିଥିଲେ।