ଚିନ୍ମୟାନନ୍ଦଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ, ଧରିଲା ସ୍ପେଶାଲ ଟିମ

ନୂଆଦିଲ୍ଲୀ,ଏଜେନ୍ସିଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନନିର୍ଯାତନା ଅଭିଯୋଗ କରିଥିବା ଯୁବତୀଙ୍କୁ ବୁଧବାର ପୁଲିସ ଗିରଫ କରିଛି। ଏହି ଛାତ୍ରୀ ଜଣଙ୍କ ଧମକ ଦେଇ ଅର୍ଥ ଆଦାୟ  କରୁଥିବା ଅଭିଯୋଗରେ ସ୍ପେଶାଲ ଟିମ୍ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ଗିରଫଦାରିରୁ ବର୍ତ୍ତିବା ଲାଗି ସ୍ଥାନୀୟ ଅଦାଲତକୁ ଯାଇଥିଲେ ବି ଆଇନ ଛାତ୍ରୀଙ୍କୁ ତୁରନ୍ତ ଆଶ୍ୱସ୍ତି ମିଳିପାରିନାହିଁ। ମାମଲାର ଶୁଣାଣି ପାଇଁ ଅଦାଲତବୁଧବାରକୁ ଦିନ ଧାର୍ଯ୍ୟ କରିଛି। ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ର ମୁଖ୍ୟ ପୁଲିସ ଇନ୍ସପେକ୍ଟର ଜେନେରାଲ୍‌ ନବୀନ ଅରୋରା କହିଛନ୍ତି ଯେ ସମ୍ପୃକ୍ତ ଆଇନ ଛାତ୍ରୀଙ୍କ ଆପତ୍ତିକ୍ରମେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବିଜେପି ନେତାଚିନ୍ମୟାନନ୍ଦଙ୍କୁ ଗିରଫ କରିଥିଲା।

ଚିନ୍ମୟାନନ୍ଦଙ୍କ ଗିରଫ ସମୟରେ ଧମକ ଦେଇ ତାଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ସେ ତିନି ଜଣଙ୍କ ମଧ୍ୟରୁ ସଞ୍ଜୟ ସିଂହଙ୍କ ସହ ସମ୍ପୃକ୍ତ ଆଇନ ଛାତ୍ରୀର ସମ୍ପର୍କ  ଥିବା କଥା ତଦନ୍ତକାରୀ ଦଳ ଜାଣିବାକୁ ପାଇପାଇଥିଲା। ଦୁଇ ବର୍ଷ ମଧ୍ୟରେ ଦୁହେଁ ୪୨୦୦ ଥର ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇଛନ୍ତି।