ଦିଲ୍ଲୀରେ ପହଞ୍ଚିଲେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବି, କାଲି ଜୟଶଙ୍କରଙ୍କ ସହ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ପହଞ୍ଚିଲେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି। ସେ ଆସନ୍ତାକାଲି ଏନ୍‌ଏସ୍‌ଏ ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପ୍ରସଙ୍ଗ ସ୍ଥାନ ପାଇବା ନେଇ ସୂଚନା ରହିଛି। ୱାଙ୍ଗ ୟି ଦିଲ୍ଲୀରେ ପହଞ୍ଚିବା ନେଇ ଏନଆଇଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଓ ଏହାର ସମାଧାନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବା ନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ୟୁକ୍ରେନ ସଙ୍କଟ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କରେ ପୂର୍ବ ଅପେକ୍ଷା ସମାନ୍ୟ ପରିବର୍ତ୍ତନ ଆସିଥିବାବେଳେ ଚୀନ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି।