ଗୁଡ଼ି ଉଡାରେ ଚାଇନିଜ୍ ମାଞ୍ଜା ବ୍ୟବହାରକୁ ବ୍ୟାନ୍: ସିଏମସି

କଟକ,ଏନ୍ଏନ୍ଏସ୍: ମକର ସଂକ୍ରାନ୍ତି ପୂର୍ବରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଗୁଡ଼ି ଉଡାରେ ଚାଇନିଜ୍ ମାଞ୍ଜାର ବ୍ୟବହାରକୁ ସିଏମସି ପକ୍ଷରୁ ବ୍ୟାନ କରାଯାଇଛି। ଏହାଛଡ଼ା କାଚ ଲଗା ପ୍ରସ୍ତୁତ ଅନ୍ୟ ସୂତାଗୁଡ଼ିକୁ ମଧ୍ୟ ବ୍ୟାନ କରାଯାଇଛି। ଗୁଡ଼ି ସୂତାରେ ଜୀବନ ହାନି ଆଶଙ୍କା ଥିବା ଦର୍ଶାଇ ମାଞ୍ଜା ଓ କାଚଲଗା ସୂତାକୁ ବ୍ୟାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସେହିପରି ବ୍ୟାନ ଜିନିଷ ରୋକିବା ପାଇଁ ମଧ୍ୟ ୩ଟି ଟିମ୍ ଗଠନ କରାଯାଇଛି। ଯଦି କୌଣସି ଦୋକାନି ଏହି ଜିନିଷ ବିକ୍ରି କରୁଥାନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।