ଚୀନର ଆର୍ଥିକ ଅଭିବୃଦ୍ଧି ୩ ପ୍ରତିଶତ ଖସିଲା

ନୂଆଦିଲ୍ଲୀ: ଚୀନରେ ଗତବର୍ଷ କରୋନା ମୁକାବିଲା ପାଇଁ ଲଗାଯାଇଥିବା କଟକଣା ଯୋଗୁ ଆର୍ଥିକ ବିକାଶ ୩ ପ୍ରତିଶତ କମିଯାଇଛି । କିନ୍ତୁ କଟକଣା ହଟିବା ଯୋଗୁ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଛି । ସରକାରୀ ସଂଖ୍ୟା ଅନୁସାରେ, ଦୁନିଆର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ବର୍ଷକ ମଧ୍ୟରେ ଅଭିବୃଦ୍ଧି ୨.୯ ପ୍ରତିଶତ ଖସି ଯାଇଛି । କଟକଣା ହଟିବା ଯୋଗୁ ଧୀରେ ଧୀରେ ସପିଂ ମଲ୍ ଏବଂ ରେସ୍ତୋରାଁ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସୂଚନାଯୋଗ୍ୟ, ଚୀନରେ ଗତବର୍ଷ ଆର୍ଥିକ ବିକାଶ ଦର ୨୦୨୧ ବର୍ଷର ୮.୧ ପ୍ରତିଶତର ଅଧାରୁ ବି କମ୍ ଥିଲା । ଏହା ଦୁନିଆର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ୫୦ ବର୍ଷରେ ଦ୍ୱିତୀୟ ସବୁଠୁ ଧୀର ଅଭିବୃଦ୍ଧି ।