ନୂଆଦିଲ୍ଲୀ: ତିବ୍ଦତର ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଚୀନକୁ ନେଇ ବଡ଼ ବୟାନ ଦେଇଛନ୍ତି । ଦଲାଇଲାମା କହିଛନ୍ତି ଯେ, ତିବ୍ଦତ ସମସ୍ୟାର ସମାଧାନ ପାଇଁ ଚୀନ ମୋ ସହ ଯୋଗଯୋଗ କରିବାକୁ ଚାହୁଁଛି ଏବଂ ମୁଁ ମଧ୍ୟ ପ୍ରସ୍ତୁତ ଅଛି । ଏହି ଆଲୋଚନା ଆନୁଷ୍ଠାନିକ ରୂପେ ହେଉ କିମ୍ବା ନହେଉ ମୁଁ ପ୍ରସ୍ତୁତ ଅଛି । ଦିଲ୍ଲୀ ଏବଂ ଲଦାଖ ଗସ୍ତ କରିବା ପୂର୍ବରୁ ହିମାଚଳ କଙ୍ଗଡ଼ା ଏୟାରପୋର୍ଟରେ ଦଲାଲଲାମା ମିଡିଆକୁ ଏହି ସୂଚନା ଦେଇଛନ୍ତି ।
ଦଲାଇଲାମା କହିଛନ୍ତି ଯେ, ଚୀନ ବଦଳୁଛି ଏବଂ ତିବ୍ଦତ ଲୋକ ଖୁବ୍ ଶକ୍ତିଶାଳୀ ବୋଲି ଅନୁଭବ ମଧ୍ୟ କରିସାରିଛି । ମୁଁ ଚୀନ ସହ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ । ଆମେ ପୂର୍ଣ୍ଣ ସ୍ୱାଧୀନତା ଚାହୁଁନୁ ବୋଲି ବର୍ଷକ ପୂର୍ବରୁ ସ୍ପଷ୍ଟ କରିଦେଇଛୁ । ଆମେ ଚୀନ ଗଣରାଜ୍ୟର ଅଂଶ ରହିବୁ ।