ପାରାଦ୍ୱୀପ ବନ୍ଦରରେ ପହଞ୍ଚିଲା ଚୀନର ଜାହାଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାରାଦ୍ୱୀପ ବନ୍ଦରରେ ପହଂଚିଲା ଚୀନରୁ ଆସିଥିବା ଆଉ ଏକ ମାଲବାହୀ ଜାହାଜ । ଏହି ଜାହାଜ ଝେଙ୍କ ଜିଆଙ୍ଗ ବନ୍ଦରରୁ ଇଫ୍କୋ ପାଇଁ ସଲଫରିକ୍ ଏସିଡ଼୍ ଆଣିଥିଲା । ବନ୍ଦରରେ ପହଂଚିବା ପରେ ବନ୍ଦର ହସ୍ପିଟାଲର ଡାକ୍ତରମାନେ ସମ୍ପୃକ୍ତ ଜାହାଜର କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଇଂଟରରେଡ଼୍ ସ୍କାନର ଦ୍ୱାରା ଜାହାଜରେ ଥିବା ୨୫ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କରୋନା ଭୂତାଣୁ ସେମାନଙ୍କ ଦେହରେ ନଥିବା ସ୍ପଷ୍ଟ ହୋଇଛି । ଏହି ଜାହାଜର ନାମ ଏମଟିଚେମରୋଡ଼ ଲିଲି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଆଉ ଏକ ମାଲବାହୀ ଜାହାଜ ନିକଟ ଅତୀତରରେ ଚୀନରୁ ପାରାଦ୍ୱୀପ ବନ୍ଦରରେ ଆସି ପହଂଚିଥିଲା । ସେହି ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାହାରି ଠାରେ କରୋନା ଭୂତାଣୁ ନ ଥିବା ନେଇ ଡାକ୍ତର ସ୍ପଷ୍ଟ କରିଥିଲେ ।