ଚୀନର ଭାରତକୁ ଖୋଲା ଚ୍ୟାଲେଞ୍ଜ: ଆମ ସମାଗ୍ରୀକୁ ବହିଷ୍କାର କରିବା ଭାରତ ପକ୍ଷେ କଷ୍ଟସାଧ୍ୟ

ନୂଆଦିଲ୍ଲୀ: ଭାରତରେ ଚୀନ ସମାଗ୍ରୀକୁ ବହିଷ୍କାର କରିବାକୁ ନେଇ ଚୀନର ଚିନ୍ତା ବଢ଼ିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। କାରଣ ଚୀନ କହିଛି କି, ‘ଭାରତୀୟଙ୍କ ପାଇଁ ଚୀନ ସାମଗ୍ରୀ ବହିଷ୍କାର କରିବା ସମ୍ଭବପର ନୁହେଁ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲୋକାଲକୁ ଭୋକାଲ କରିବା’ ଆହ୍ୱାନ ଚୀନର ସି ଜିନପିଙ୍ଗ ସରକାରଙ୍କ ପାଖରେ ପହଂଚିଯାଇଛି। ଚୀନ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍ସରେ ଲେଖିଛନ୍ତି, ଭାରତର ଚୀନ ବିରୋଧୀ ସ୍ୱର କେବଳ ଭାରତୀୟ ରାଷ୍ଟ୍ରବାଦୀଙ୍କ ବାରମ୍ବାର ବୟାନବାଜୀର ପରିଣାମ। ଚୀନ ସାମଗ୍ରୀକୁ ବିରୋଧ କରିବା ସହଜ ନୁହେଁ ପୁଣି ଏମିତି ସମୟରେ ଯେତେବେଳେ ଏହା ବ୍ୟାପକସ୍ତରରେ ଭାରତୀୟଙ୍କ ଜୀବନ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ। ତେଣୁ ଏହାକୁ ବଦଳାଇବା ଖୁବ୍ କଷ୍ଟସାଧ୍ୟ ।
ଚୀନ ମିଡିଆ ମଧ୍ୟ ଭାରତ ଓ ଭାରତୀୟଙ୍କୁ କଟୁ ଭାଷାରେ ସମାଲୋଚନା କରିଛି। ଚୀନ ସାମଗ୍ରୀ ବହିଷ୍କାର କରିବା ସମ୍ବନ୍ଧରେ ଚୀନୀ ମିଡିଆ ଲେଖିଛି କି, ‘ଭାରତ ଭୋକି ତ ପାରିବ, କିନ୍ତୁ କିଛି କରିପାରିବ ନାହିଁ।’ ଚୀନର ସାମଗ୍ରୀ ଓ ପଦ୍ଧତି ଆଗରେ ଭାରତର ସାମଗ୍ରୀ ଓ ପଦ୍ଧତି ଫିକା ପଡ଼ିଯିବ।
ସୂଚନାଯୋଗ୍ୟ, ୨୦୧୮-୧୯ରେ ଚୀନଠାରୁ ୪.୯୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଭାରତ ଆମଦାନୀ କରିଥିଲା। ଆଉ ଏହା ବଦଳରେ ମାତ୍ର ୧.୧୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରତ୍ପାନୀ କରିଥିଲା। ଏହାର ଅର୍ଥ ଭାରତକୁ ୩.୭୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଭାରତ ବ୍ୟାପାର ମାମଲାରେ କ୍ଷତିର ଏହି ସଉଦା ଦୀର୍ଘ ବର୍ଷ ଧରି ସହି ଆସୁଛି। କିନ୍ତୁ ଏବେ ଚୀନ ବିରୋଧରେ ଯେଉଁ ରାଗ ଜାରି ରହିଛି ସେଥିରୁ ଆଶା କରାଯାଉଛି କ୍ଷତିର ଏହି ସଉଦା ଆଉ ଆଗକୁ ବଢ଼ିବ ନାହିଁ। କରୋନା ସଙ୍କଟ ସମୟରେ ବିଶ୍ୱର ଅନେକ ଦେଶ ଭାରତରେ ପୁଞ୍ଜିନିବେଶ କରିବାର ଆଶା ପ୍ରକଟ କରିଛନ୍ତି। ଏମିତିରେ ଗ୍ଲୋବାଲ ଟାଇମ୍ସର ଖବର କହୁଛି କି ଚୀନର ଗର୍ବ ଏବେ ଭାଙ୍ଗିବାକୁ ଯାଉଛି।