ତାଇବାନର ନିକଟସ୍ଥ ଅଞ୍ଚଳକୁ ଚୀନ ଛାଡ଼ିଲା ବାଲିଷ୍ଟିକ ମିସାଇଲ

ଆମେରିକା ହାଉସ ସ୍ପିକର ନାନ୍ସୀ ପେଲୋସୀଙ୍କ ତାଇବାନ ଯାତ୍ରାରେ କ୍ଷୋଭ ପ୍ରକାଶ କରି ତାଇବାନର ଆଖପାଖ ଅଞ୍ଚଳକୁ ଚୀନ ଟାର୍ଗେଟ କରିଛି । ତାଇବାନର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଚୀନ ଆଜି ଅନେକ ବାଲିଷ୍ଟିକ ମିସାଇଲ ଛାଡ଼ିଛି ।

ଏଭଳି ସ୍ଥିତିରେ ତାଇବାନ କହିଛି ଯେ, ଚୀନର ଏପରି କରିବା ଦ୍ୱାରା ତାଇବାନର ରାଷ୍ଟ୍ରୀୟ ସୁରକ୍ଷାରେ ବିପଦ ଉପୁଜିଛି । କ୍ଷେତ୍ରୀୟ ଚିନ୍ତା ବଢ଼ିଛି ଏବଂ ନିୟମିତ ଅନ୍ତର୍ଜାତୀୟ ଯାତାୟତ ଓ ବାଣିଜ୍ୟ ଉପରେ ପ୍ରଭାବ ପଡ଼ିଛି । ଚୀନ ଆମ ସମୁଦ୍ର ସୀମାରେ ମିସାଇଲ ଛାଡ଼ିଛି । ଚୀନ ପାଖାପାଖି ୨ ଘଣ୍ଟାରେ ୧୧ଟି ବାଲିଷ୍ଟିକ ମିସାଇଲ ଛାଡ଼ିଛି । ଆମେ ଏହି ଦାୟିତ୍ୱବିହୀନ କାର୍ଯ୍ୟକଳାପକୁ ନିନ୍ଦା କରୁଛୁ ।

ଚୀନ ପକ୍ଷରୁ କୁହାଯାଇଛି ଯେ, ସୈନ୍ୟ ଅଭ୍ୟାସ ଅନ୍ତର୍ଗତ ଆମେ ତାଇବାନର ଜଳଡମଋମଧ୍ୟରେ ସଟିକ ମିସାଇଲ ଆକ୍ରମଣ କରିଛୁ । ନିୟୋଜିତ ଅଭ୍ୟାସ ଅନ୍ତର୍ଗତ ତାଇବାନର ପୂର୍ବତଟସ୍ଥ ପାଣିରେ ପାରମ୍ପରିକ ମିସାଇଲର ଅନେକ ଫାୟରିଂ ପୁରା କରିଛୁ । ଫାୟରିଂ ଅଭ୍ୟାସ ପୁରା ହେବା ପରେ ସମ୍ବୋଧିତ ସମୁଦ୍ରୀ ଏବଂ ବାୟୁ କ୍ଷେତ୍ରରୁ ସେନା ହଟାଇ ଦିଆଯାଇଛି ।