ତାଇୱାନ ଉପରେ କବଜା କରିବାକୁ ପ୍ରସ୍ତୁତ ହେଉଛି ଚୀନ

ବେଞ୍ଜିଂ, ଏଜେନ୍ସି: ଚୀନ ତାର ବିସ୍ତାରବାଦୀନିତୀରୁ କେବେବି ବିରତ ରହୁନାହିଁ। ଏବେ ତାଇୱାନକୁ ନିଜ କବଜାକୁ ନେବାପାଇଁ ପ୍ରସ୍ତୁତ ହେଉଛି। ଚୀନ ରାଷ୍ଟ୍ରପତି କିଛିଦିନ ପୂର୍ବେ ସେନାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ଏହି ଅବସରରେ ଏକ ରିପୋର୍ଟରେ କୁହାଯାଇଛି ତାଇୱାନ ଉପରେ ସମ୍ଭାବ୍ୟ ଆକ୍ରମଣ ପାଇଁ ଚୀନ ପ୍ରସ୍ତୁତ ହେଉଛି। ଏଥିପାଇଁ ସୀମାରେ ଅତ୍ୟାଧୁନିକ ହାଇପୋରସୋନିକ ମିଶାଇଲ ରଖିଛି। ସାଉଥ ଚାଇନା ମର୍ଣ୍ଣିଂରେ ଛପା ଯାଇଥିବା ଏକ ରିପୋର୍ଟ ମୁତାବକ ଫୁଜିଆନ ଏବଂ ଇଞ୍ଜିଆଗରେ ଚାଇନା ସେନା ଡିଏଫ -୧୭ ନାମକ ମିଶାଇଲ ଖଞ୍ଜି ରଖିଛି। ସୂଚନାଯୋଗ୍ୟ, ଚାଇନା ଏବଂ ତାଇୱାନ ସମ୍ପର୍କ କିଛି ମାସ ହେଲା ବହୁତ ଖରାପ ସ୍ଥିତିରେ ଚାଲୁଛି। କାରଣ ତାଇୱାନ ବିଶ୍ୱ ସ୍ତରରେ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଚାହୁଁଛି । ହେଲେ ଚୀନ ଏହାକୁ ନିଜର ଏକ ଅଂଶ ବୋଲି କହିଆସୁଛି। ଫଳରେ ତିକ୍ତତା ଆହୁରି ବଢି ଚାଲିଛି। ଏହାସହ ତାଇୱାନ ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣିବା ପାଇଁ ଡିଲ କରିଛି। ଯାହାକି ଚୀନ ବେକରେ କଣ୍ଟା ସଦୃଶ ହୋଇଛି।