ନୂଆଦିଲ୍ଲୀ: ଚୀନରେ ଏବେ କରୋନାର ସବୁଠୁ ବିପଦଜନକ ଲହର ଜାରି ରହିଛି । ଚୀନରେ ସ୍ଥିତି ଗମ୍ଭୀର ରହିଥିବାବେଳେ କିଛି ଜାଗାରେ ଶବ ଅନ୍ତିମ ସଂସ୍କାର କରିବା ପାଇଁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ଚୀନରେ ପ୍ରତିଦିନ ୭୦ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ବେଜିଂରେ ଜିରୋ କୋଭିଡ ନୀତି ଯୋଗୁ ଲୋକଙ୍କ ମଧ୍ୟରେ ପ୍ରାକୃତିକ ରୂପେ ରୋଗ ପ୍ରତିରୋଧକ ଶକ୍ତି ବଢ଼ି ପାରିଲାଣି । ସିଚ୍ଚୁଆନ ପ୍ରୋବିନ୍ସ ଓ ବେଜିଂରେ ଅଧାରୁ ଅଧା ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସେଠାକାର ସାଧାରଣ ଲୋକ ସି ଜିନପିଙ୍ଗଙ୍କ ଉପରେ ଖପ୍ପା ଅଛନ୍ତି ଏବଂ ତାଙ୍କ ଇସ୍ତଫା ଦାବୀ କରିଛନ୍ତି ।
ସୂଚନାଯୋଗ୍ୟ, ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ ସରକାର ଖ୍ରୀଷ୍ଟମାସ୍ ଓ ନୂଆବର୍ଷ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି । ଚୀନର କେରାନା ସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଦରଦାମ ବଢ଼ିଛି । ଔଷଧର ଅଭାବ ପରିଲକ୍ଷିତ ହେଉଥିବାରୁ ଡବ୍ଲ୍ୟୁଏଚଓ ଜରିଆରେ ଚୀନ ସବୁ ଦେଶକୁ ସାହଯ୍ୟ ମାଗୁଛି । ରବିବାର ସୁଦ୍ଧା ଚୀନରେ ସବୁ ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଯିବ ବୋଲି ଅନୁମାନ କରାଯାଉଛି ।