ଚୀନରେ ଭାରତୀୟ ସମ୍ବାଦପତ୍ର ଓ ୱେବସାଇଟ ଉପରେ ରୋକ

ବେଜିଂ,ଏଜେନ୍ସି :  ସୋମବାର ଭାରତ ସରକାର ଟିକଟକ ସମେତ ୫୯ଟି ଚାଇନା ମୋବାଇଲ ଆପ ବ୍ୟାନ କରିବାର ବହୁ ଆଗରୁ ଚୀନ ଭାରତୀୟ ସମ୍ବାଦପତ୍ର ଏବଂ ୱେବସାଇଟଗୁଡିକର ବ୍ୟବହାର ଉପରେ ରୋକ ଲଗାଇଛି। ଭର୍ଚୁଆଲ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ୍) ସର୍ଭର ବିନା ବେଜିଂରେ ଭାରତୀୟ ସମ୍ବାଦପତ୍ର ଓ ୱେବସାଇଟଗୁଡିକୁ ବ୍ୟବହାର କରାଯାଇପାରିବ ନାହିଁ। ଅପରପକ୍ଷରେ ଭାରତୀୟ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲଗୁଡିକ ଚୀନ କମ୍ୟୁନିଷ୍ଟ ପ୍ରୋପାଗଣ୍ଡା ସାଇଟରୁ ପିପୁଲ୍ସ ଲିବରେସନ୍ ଆର୍ମୀ (ପିଏଲଏ) ରିପୋର୍ଟମାନ ଉଦ୍ଧାର କରି ପରିବେଷଣ କରୁଛନ୍ତି। ଭାରତୀୟ ଟିଭି ଚ୍ୟାନେଲଗୁଡିକୁ ଆଇପି ଟିଭି ଜରିଆରେ ଏବେ ଆକ୍ସେସ କରିହେବ।