ଗଲୱାନ ଘାଟିରେ ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କଲା ଚୀନ

ନୂଆଦିଲ୍ଲୀ,ଏଜେନ୍ସି: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନର ସଂପର୍କରେ ଲାଗିରହିଥିବା ଉତ୍ତେଜନା ହ୍ରାସ ପାଇଛି। ଏହି ମଧ୍ୟରେ ପ୍ରଥମ ଥର ଚୀନ ସ୍ୱୀକାର କରିଛି ଯେ, ଗଲୱାନରେ ତାର ସୈନିକଙ୍କର ମୃତ୍ୟୁ ହୋଇଥିଲା। ଚୀନ ଗତ ବର୍ଷ ଜୁନ ମାସରେ ହୋଇଥିବା ରକ୍ତାକ୍ତ ହିଂସାରେ ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି। ଏହି ହିଂସାକାଣ୍ଡରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ।

ଗ୍ଲୋବାଲ ଟାଇମ୍ସ ଅନୁସାରେ ଚୀନର କେନ୍ଦ୍ରୀୟ ସୈନ୍ୟ ଆୟୋଗ କାରାକୋରମ ପର୍ବତରେ ମୁତୟନ ୫ ଜଣ ଚୀନ ସୈନିକଙ୍କ ବଳିଦାନକୁ ମନେପକାଇଛି। ଏହା ହେଉଛି ପିଏଲଏ ଶିନଜିୟାଗଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟାଲ କମାଣ୍ଡର କ୍ୟୁଇ, ଫବାଓ, ଚେନ ହୋଗୁନ, ଜିୟାନଗାଙ୍ଗ, ଜିଓ ସିୟୁଅନ ଓ ୱାଙ୍ଗ ଜୁଓରନ। ଏଥିରୁ ଗଲୱାନ ଘାଟିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଉଦ୍ଧାର ସମୟରେ ନଦୀରେ ଭାସି ଯାଇ ପ୍ରାଣ ହାରିଥିଲେ।