କେରୋନା ସଚେତନତା: ପିଲାଙ୍କ ଖାଦ୍ୟରେ ସାମିଲ କରନ୍ତୁ ଏସବୁ….

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଭାଇରସ ବୃଦ୍ଧ ବୃଦ୍ଧା ଓ ପିଲାଙ୍କୁ ଅଧିକ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଆପଣଙ୍କ ସନ୍ତାନର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ପ୍ରତିଦିନ ଖାଦ୍ୟରେ କିଛି ଜରୁରୀ ସମାଗ୍ରୀ ସାମିଲ କରନ୍ତୁ। ଏପରି କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବା ସହ ସେମାନେ ତୁରନ୍ତ ରୋଗାଗ୍ରସ୍ତ ହେବେନି।

ଲାଲ ଶିମଲା ମିର୍ଚ୍ଚ- ଲାଲ ଶିମଲା ମିର୍ଚ୍ଚରେ ଦୁଇଗୁଣା ଭିଟାମିନ୍ ସି ରହିଥାଏ। ଏଥିରେ ଭରପୂର ମାତ୍ରାରେ ଭିଟା କେରୋଟିନ ରହିଥାଏ ଯାହାକି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ଆଖିକୁ ଭଲ ରଖିଥାଏ।

ଦହି- ଡାକ୍ତରଙ୍କ କହିବା ମୁତାବକ ପ୍ରତିଦିନ ଦହି ଖାଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଏହା ଶରୀରକୁ ଖୁବ୍ ଦ୍ରୁତ ଗତିରେ ଶକ୍ତି ପ୍ରଦାନ କରିଥାଏ।

ଫଳଯୁକ୍ତ ପରିବା- ପିଲାଙ୍କ ଖାଦ୍ୟରେ ଫଳଯୁକ୍ତ ପରିବା ଯେମିତିକୁ ରାଜମା, ମଟର ଛୁଇଁ, ବୁଟ ସମେତ ବିଭିନ୍ନ ପ୍ରକାର ଡାଲି ନିଶ୍ଚିତ ରୂପେ ସାମିଲ କରନ୍ତୁ। ଏସବୁ ଶରୀରରେ ପୁଷ୍ଟିସାରର ଅଭାବ ଦୂର କରିବା ସହ ରୋଗପ୍ରତିରୋଧକ କ୍ଷମତା ବଢ଼ାଇଥାଏ।

ଖଟା ଫଳ- ଅଙ୍ଗୁର, କମଳା, ଲେମ୍ବୁ ଭଳି ଖଟା ଫଳରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ। ଏଥିରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥିବାରୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ଥଣ୍ଡା, କଫ ସହ ଲଢ଼ିବାରେ ଶରୀରକୁ ସୁଦୃଢ଼ କରିଥାଏ। ରୋଗ ପ୍ରତିରୋଧ କ୍ଷମତା ବଢ଼ାଇବା ପାଇଁ ପ୍ରତିଦିନ ଏହି ଫଳ ଖାଆନ୍ତୁ।

ମାଂସ- ସବୁଜ ପନିପରିବାରୁ ଅନେକ ଭିଟାମିନ୍ ଓ ମିନେରାଲ ମିଳୁଥିଲେ ମଧ୍ୟ ଶରୀର ପାଇଁ ଆବଶ୍ୟକ ପୋଷକ ମାଂସରୁ ହିଁ ମିଳିଥାଏ। ପ୍ରୋଟିନ, ଆଇରନ ଓ ଜିଙ୍କର ଅଭାବକୁ ପୂରଣ କରିବା ପାଇଁ ପିଲାଙ୍କ ଖାଦ୍ୟରେ ମାଂସ ସାମିଲ କରନ୍ତୁ।