ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଆଈନ ସେବା ପ୍ରାଧିକରଣ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗଡ଼ରେ ଶିଶୁ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତୀ ସାହା ମଞ୍ଚାସୀନ ହୋଇ ପିଲାଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ବୁଝେଇ ଥିଲେ । ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତ, ଅଧ୍ୟକ୍ଷା ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଜନ୍ତା ଶୁଭଦର୍ଶିନୀ, ଜିଲ୍ଲା ଆଇନଜୀବୀ ସଂଘର ସମ୍ପାଦକ ତପନ ସିଂହ, ଜିଲ୍ଲା ପରାମର୍ଶଦାତା ଜିଲ୍ଲା ଶିଶୁ ସୁରକ୍ଷା ସମିତି ପ୍ରଭାସିନୀ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ସମିତିର କୁନିମଣୀ ସ୍ୱାଇଁ ଓ ପ୍ରଧାନଆଚାର୍ଯ୍ୟ ଦେବେନ୍ଦ୍ର ଧକଡ଼ ପ୍ରମୁଖ ଯୋଗଦେଇ ପିଲାଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ସଚେତନ କରାଇ ଥିଲେ । ଶେଷରେ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର ଧନ୍ୟବାଦ ଦେଇଥିଲେ ।