କୁଡ଼ିଆରେ ଶିଶୁଙ୍କ ଭବିଷ୍ୟତ

ଦାରିଙ୍ଗବାଡି,ଏନ୍ଏନ୍ଏସ୍: କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ଗୁଡ଼ିକର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବିଭିନ୍ନ ଗ୍ରାମରେ ଏଯାବତ୍ ପହଞ୍ôଚ ପାରି ନାହିଁ ମୌଳିକ ସୁବିଧା। ସେ ରାସ୍ତା ସମସ୍ୟା ହେଉ କି ପାନୀୟ ଜଳର। ଏପରି ଏକ ଉଦାହରଣ ନଜରକୁ ଆସିଛି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ଗଡ଼ାପାକାଲି ଗ୍ରାମରେ।
ପ୍ରକାଶ ଯେ, ଗ୍ରାମରେ ୪୦ରୁ ଊଦ୍ଧ୍ୱର୍ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ମୁଖ୍ୟ ରାସ୍ତାଠାରୁ ୭କିଲୋମିଟର ଦୁରରେ ଅବସ୍ଥତି ଗଡ଼ାପାକାଲି ଗ୍ରାମ। ଗାଁ ର ଚାରିପାଖରେ ପାହାଡ, ନଦୀ ଘେରି ରହିଥିବାବେଳେ ଗାଁ କୁ ଭଲ ରାସ୍ତାଟିଏ ନାହିଁ। ଗ୍ରାମବାସୀଙ୍କ ପାଇଁ ଚଲା ରାସ୍ତା ହିଁ ସାହାଭରସା। ସେ ପୁଣି ପାହାଡ ପର୍ବତ ଦେଇ ନଦୀ ପାର ହୋଇ ଯିବାକୁ ପଡୁଛି। ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ହେଉ ଅବା ଅନ୍ୟ ଗାଡି ଗାଁରେ ପହଞ୍ôଚ ପାରୁନାହିଁ। ଗାଁକୁ ରାସ୍ତା ନ ଥିବା ଯୋଗୁଁ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଶ୍ରେଣୀଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲେ ମଧ୍ୟ ସଠିକ୍ ସମୟରେ ନିର୍ମାଣ ହୋଇନପାରିବାରୁ ଟଙ୍କା ଫେରିଯାଇଥିବା ଜଣାପଡିଛି। ଗ୍ରାମର ଛାତ୍ରଛାତ୍ରୀମାନେ ଗୋଟିଏ କାଠ କୁଡ଼ିଆ ଘରେ ପାଠ ପଢ଼ୁଛନ୍ତି।

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପଢ଼ୁଛନ୍ତି । କୁଡ଼ିଆ ଘରର ଚାରିପାଶ୍ୱର୍ ଖୋଲା ରହିଥିବାରୁ ବିଷାକ୍ତ ସରୀସୃପଙ୍କ ଭୟ ରହୁଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ବର୍ଷା ଦିନେ ସ୍କୁଲ ଭିତରେ ପାଣି ପସିଯାଉଥିବାରୁ ପିଲାମାନେ ପାଠ ପଢ଼ି ନ ପାରି ଘରକୁ ଚାଲିଯାଉଥିବା ପ୍ରକାଶ କରିଛନ୍ତି। ଏଥି ସହିତ ଗାଁରେ ପାନୀୟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି। ରାସ୍ତା ନ ଥିବାରୁ ନଳକୂପ ଖନନ ପାଇଁ ଗାଡି ଗାଁକୁ ଯାଇପାରୁନାହିଁ। ଫଳରେ ଗାଁରେ ନଳକୂପ ପ୍ରତିଷ୍ଠା ସମ୍ଭବ ହୋଇପାରୁନି। ଗ୍ରାମବାସୀ ନାଳ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି। ଏଥିଯୋଗୁଁ ଲୋକେ ବିଭିନ୍ନ ଚର୍ମ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମର ବହୁ ଲୋକଙ୍କ ନାମ ରହିଥିଲେ ମଧ୍ୟ ରାସ୍ତା ନ ଥିବା ଯୋଗୁଁ ଗ୍ରାମରେ ଗୃହ ନିର୍ମାଣ ସାମଗ୍ରୀ ସମ୍ଭବ ହେଉନି। ଯାହାଫଳରେ ଲୋକେ ଆବାସ ଯୋଜନାରେ ଘର ତିଆରି କରିନପାରି ଭଙ୍ଗା ଦଦରା ମାଟି ଘରେ ହିଁ ଜୀବନ ଯାପନ କରିବାକୁ ବାଧ୍ୟ ହେଉଥିବା ଗ୍ରାମର ସମୀର ମୁଠାମାଝୀ ଅଭିଯୋଗ କରିଛନ୍ତି।

ବିଦ୍ୟୁତ ସେବା ମଧ୍ୟ ଯୋଗାଇ ଦିଆଯାଇ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ନ ଥିବା ବେଳେ ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ସମେତ ଗାଁରେ ରହିଥିବା ଅନ୍ୟ ସମସ୍ୟା ସମ୍ପର୍କରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପୂର୍ବରୁ ଗାଁ ଲୋକେ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଦାସିଙ୍ଗବାଡି ସରପଞ୍ଚ ସଙ୍ଗିତା ମଲ୍ଲିକଙ୍କ ସମେତ ଗ୍ରାମର ମଶା ମୁଠାମାଝୀ, କମଳିନୀ ମୁଠାମାଝୀ, ସୁନିତା ପ୍ରଧାନ, ସନାତନ ପ୍ରଧାନ ଓ ଝିଲିମା ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।