ପାଣି ଡେକଚିରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ

ରାଉରକେଲା, ଏନ୍ଏନ୍ଏସ୍ : ପାଣି ଡେକଚିରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତାଇନ୍ଦା ଗାଁ’ରେ।

ସୂଚନା ଅନୁଯାୟୀ, ଘର ଭିତରେ ଏକ ବଡ଼ ଡେକଚିରେ ପାଣି ଭର୍ତି କରି ରଖାଯାଇଥିଲା। ଘରେ ସମସ୍ତ ଥାଇ ମଧ୍ୟ ଶିଶୁଟି ପାଣି ଡେକଚିରେ ପଡ଼ି ଯାଇଥିଲା। ହେଲେ କେହି ଜାଣି ପାରି ନଥିଲେ। ଦେଖିଲା ପରେ ଶିଶୁଟିକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।