ଶିଶୁ ସଦନରେ ଛାତ୍ରଙ୍କ ଆତ୍ମହତ୍ୟା

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟର ଜୟପୁରର ପାରାବେଡ଼ା ଶିଶୁ ସଦନରେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଉକ୍ତ ଛାତ୍ର ଜଣକ ଗତ ୭ବର୍ଷ ଧରି ଶିଶୁ ସଦନରେ ରହୁଥିବାବେଳେ ମଙ୍ଗଳବାର ସକାଳେ ଗାଧୁଆ ଘରେ ରସି ଲଗାଇ ଆତ୍ମହତ୍ୟା କରିଛି।

ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା, ଶିଶୁ ମଙ୍ଗଳ ଅଧିକାରୀ ଏବଂ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।