ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ

ଝାରସୁଗୁଡା,ଏନ୍ଏନ୍ଏସ୍: ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଆଜି ହେବାକୁ ଥିବା ଜଣେ ନାବାଳିକାର ବିବାହକୁ ଝାରସୁଗୁଡା ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଛି। ନାବାଳିକାର ଅନିଚ୍ଛା ସତ୍ୱେ ଏହି ବିବାହର ଆୟୋଜନ କରାଯାଇଥିବା ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ପଣ୍ଡାଙ୍କୁ ଗତକାଲି ରାତିରେ ଏହି ବାଲ୍ୟ ବିବାହର ସୂଚନା ମିଳିଥିଲା। ଆଜି ସକାଳୁ ସିଡିିପିଓ ପୂଣ୍ୟମାସି ସାହୁ, ଚାଇଲ୍ଡ ଲାଇନ ସଦସ୍ୟ ରାଧେଶ୍ୟାମ ନାଏକ, ଜ୍ୟୋତ୍ସ୍ନା ପ୍ରଧାନ, ଶ୍ରୀ ପଣ୍ଡା ଏବଂ ଗାନ୍ଧିଛକ ଫାଣ୍ଡି ପୁଲିସ ନାବାଳିକାର ଘରେ ପହଞ୍ଚିଥିଲେ। ନାବାଳିକାର ପରିବାରବର୍ଗଙ୍କୁ ବାଲ୍ୟ ବିବାହ ଆଇନ ଓ ଏହାର ପରିଣାମ ବିଷୟରେ ଅବଗତ କରାଇ ବିବାହକୁ ବନ୍ଦ କରିଥିଲେ। ତେବେ ଚାଇଲ୍ଡ ଲାଇନ ନାବାଳିକାର ଘରେ ପହଞ୍ଚିବା ପୂର୍ବରୁ ବରଯାତ୍ରୀ ସେଠାରେ ପହଞ୍ଚି ସାରିଥିଲେ। ବରଯାତ୍ରୀ ଲଖନପୁର ବ୍ଲକ ସାଗରପାଲି ଗ୍ରାମରୁ ଆସିଥିଲେ।