ପ୍ରଶାସନ ଏବଂ ଚାଇଲ୍ଡଲାଇନର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟବିବାହ

ବରଗଡ,ଏନ୍ଏନ୍ଏସ୍: ପ୍ରଶାସନ ଏବଂ ଚାଇଲ୍ଡଲାଇନ ହସ୍ତକ୍ଷେପ ପରେ ବରଗଡ଼ ବ୍ଲକରେ ଏକ ବାଲ୍ୟବିବାହକୁ ରୋକାଯାଇ ପାରିଛି । ଆଗାମୀ ୨୧ ତାରିଖରେ  ବାଲ୍ୟବିବାହ ପାଇଁ ଯୋଜନା ଚାଲିଥିବା ନେଇ ସ୍ଥାନୀୟ ଚାଇଲ୍ଡଲାଇନ କେନ୍ଦ୍ରକୁ ଖବର ଆସିଥିଲା ।  ଏନେଇ ଶିଶୁ ସୁରକ୍ଷା ୟୁନିଟ ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଅନ୍ନପୂର୍ଣ୍ଣା କୁଣ୍ଡୁଙ୍କୁ ଅବଗତ କରାଯାଇଥିଲା । ସଂପୃକ୍ତା ଝିଅ ଟି ନାବାଳିକା ଥିବା ଜଣାପଡିବାପରେ ସ୍ଥାନୀୟ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ନେଇ କନ୍ୟାର ପରିବାରକୁ ବାଲ୍ୟବିବାହର କୁପରିଣାମ ବିଷୟରେ  ଆଲୋଚନା କରାଯାଇଥିଲା ।  ସମସ୍ତଙ୍କ ଉପସ୍ଥିତିରେ ପରିବାର ବର୍ଗ ସରକାରୀ ସ୍ୱୀକୃତି ବୟସ ପୂର୍ବରୁ ବିବାହ ନ କରିବାକୁ ରାଜି ହୋଇଥିଲେ ଏବଂ ଅବମାନନା କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କହିଥିଲେ । ବରଗଡ଼ ଚାଇଲ୍ଡଲାଇନ , ବାଲ୍ୟବିବାହ ନିଷେଧ ଅଧିକାରିଣୀ ଏବଂ ପୁଲିସର ମିଳିତ ଉଦ୍ୟମରେ ଉକ୍ତ ବାଲ୍ୟବିବାହକୁ ରୋକାଯାଇଥିବାବେଳେ ବିଭିନ୍ନ ମହଲରୁ ଚାଇଲ୍ଡଲାଇନର ଉଦ୍ୟମକୁ ପ୍ରଶଂସା କରାଯାଇଛି ।