ନାବାଳିକା ବିବାହ ପାଇଁ ପରିବାର ଲୋକେ ସଜବାଜ, ବନ୍ଦ କଲା ଚାଇଲ୍ଡ ଲାଇନ

ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତର ଏକ ଗ୍ରାମରେ ଚାଇଲ୍ଡଲାଇନ ପହଞ୍ଚି ପନ୍ଦର ବର୍ଷର ନାବାଳିକାର ବିବାହକୁ ବନ୍ଦ କରିଥିଲା । ନାବାଳିକାର ପିତା, ମାତା ନାବାଳିକାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ କୌଣସି ଜଣେ ବ୍ୟକ୍ତି ୧୦୯୮ରେ କଲ୍ କରି ସୂଚନା ଦେଇଥିଲେ ।

ସୂଚନାପାଇ ଚାଇଲ୍ଡ ଲାଇନର ସଦସ୍ୟ ଶିବାନନ୍ଦ ବେହେରା, ସୁପରଭାଇଜର ପୂର୍ଣ୍ଣିମା ବୈଠାରୁ ଏବଂ ଜରାଶୀଙ୍ଗାର ଦୁଇ ଜଣ ଅଙ୍ଗନୱାଡି କର୍ମୀଙ୍କ ସହ ଉକ୍ତ ଗ୍ରାମରେ ପହଞ୍ଚି ନାବାଳିକାର ପିତା ମାତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ସେମାନେ ବୁଝାଇବାରେ ଅସଫଳ ହେବା ରୁ ଟିଟିଲାଗଡ଼ ପୁଲିସକୁ ସୂଚନା ଦେଇଥିଲେ । ଟିଟିଲାଗଡ଼ ଏସଆଇ ମୋହିନୀ ମଲ୍ଲିକ ଓ ଏଏସଆଇ ଅକ୍ରୁର ପାତ୍ରଙ୍କ ଗ୍ରାମରେ ପହଞ୍ଚି ସେମାନଙ୍କୁ ବାଲ୍ୟ ବିବାହ ବା ନାବାଳିକାକୁ ବିବାହ କରିବା ଦଣ୍ଡନୀୟ ଅପରାଧ ବୋଲି କହିବାରୁ ନାବାଳିକାର ମାତାପିତା ବିବାହ ନ କରିବାକୁ ରାଜି ହୋଇଥିଲେ।