ନାବାଳିକା ଦୁଷ୍କର୍ମ ମାମଲାରେ ନାବାଳକ ଅଟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁଲିସ ଥାନା ଅନ୍ତର୍ଗତ ଏକ ଗ୍ରାମରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଛି। ଦୋକାନ ଯିବାକୁ ଡାକି ନେଇ ଏକ ବୁଦାମୂଳେ ଜଣେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଛି।

ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଜଣେ ୧୧ ବର୍ଷର ନାବାଳକ ଜଣେ ୫ବର୍ଷର ନାବାଳିକାକୁ ଦୋକାନକୁ ଯିବାକୁ ଡାକିଥିଲେ। ପରେ ଦୋକାନ ଯିବା ବାଟରେ ଏକ ବୁଦା ମୂଳେ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକା ଜଣକ ଘରେ ସବୁ କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏ ନେଇ ପୁଲିସ ନାବାଳକକୁ ଅଟକ ରଖି ତଦନ୍ତ ଚଳାଇଛି।