କେନାଲକୁ ଗାଧୋଇବାକୁ ଯାଇ ଛାତ୍ର ମୃତ

କଳାହାଣ୍ଡି,ଏନ୍ଏନ୍ଏସ୍: ସ୍କୁଲ୍ ଯିବା ପାଇଁ କେନାଲକୁ ଗାଧୋଇବାକୁ ଯାଇଥିବା ଜଣେ ବାଳକ କେନାଲ ପାଣିରେ ଭାସି ଯାଇ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିଲୁଲିହରି ଗ୍ରାମର ଅଙ୍ଗଦ ବାଗଙ୍କ ଏକମାତ୍ର ପୁଅ ଯୋଗେନ୍ଦ୍ର ବାଗ(୧୨) ସ୍କୁଲ୍ ଯିବା ପାଇଁ କେନାଲକୁ ଗାଧୋଇ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ କେନାଲ ପାଣିରେ ଭାସି ଯାଇଥିଲେ ।

ପୁଅ ଗାଧୋଇ ଯିବାର ବହୁତ୍ ସମୟ ପର୍ଯ୍ୟନ୍ତ ନ ଆସିବାରୁ ବାପା ଖୋଜା ଖୋଜି କରିଥିଲେ। ସେ ଖୋଜାଖୋଜି କରି ଯାଉଥିବା ବେଳେ ତୁଠରୁ ଅନତି ଦୂରରେ ତାକୁ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ। ତେବେ ସେତବେଳକୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି।