ଶିଶୁ ସମ୍ପର୍କ ଯାତ୍ରା ଓ ଅଧିକାର ସଚେତନତା ଶିବିର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ମଙ୍ଗଳ ସମିତି ଝାରସୁଗୁଡ଼ା ପକ୍ଷରୁ ଆଜି ଶିଶୁ ସମ୍ପର୍କ ଯାତ୍ରା ଓ ଶିଶୁ ଅଧିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହ ଆଇନ, ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ଏହାପରେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଅନାଥ ଶିଶୁମାନଙ୍କ ଥଇଥାନ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନାଥ ଅସହାୟ ଶିଶୁମାନଙ୍କୁ କିପରି ଥଇଥାନ କରାଯାଇ ତାଙ୍କର ଉତ୍ତମ ଭବିଷ୍ୟତ ଗଢିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଲଖନପୁର ବିଡିଓ ସଞ୍ଜିବ ପଟେଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଆନନ୍ଦିନୀ ପାଢୀ, ଲଖନପୁର ଥାନା ଅଧିକାରୀ ପବିତ୍ର କିସାନ, ଝାରସୁଗୁଡା ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା ପ୍ରମୁଖଙ୍କ ସହ ଚାଇଲ୍ଡ ଲାଇନ ଓ ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।