ବିଷ ପିଇ ନାବାଳକର ଆତ୍ମହତ୍ୟା ଉଦ୍ୟମ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତଚିନ୍ତଲବାଡା ପଞ୍ଚାୟତ ରେ ଏକ ନାବାଳକ ଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ  ନାବାଳକ ଟିର ପରିବାର ଲୋକେ ଏସବୁ ଜାଣିପାରି ତାକୁ ସଙ୍ଗେ ସଙ୍ଗେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ ଗ୍ରାମର ହରିବନ୍ଧୁ ହନ୍ତାଳଙ୍କ ପୁଅ ଶଙ୍କର ହନ୍ତାଳ(୧୭) ଏକ ଝିଅ ପ୍ରେମରେ ପଡ଼ି ଏପରି କାଣ୍ଡ ଘଟାଇଥିବା କୁହାଯାଉଥିବା ବେଳେ ତାଙ୍କ ବାପା ହରିବନ୍ଧୁଙ୍କୁ ପଚାରିବାରୁ ତାଙ୍କ ପୁଅ ଗାଡି ଚଳାଇ କୌଣସି ଜାଗାରେ ପଡିଗାଡି ଭାଙ୍ଗି ଦେଇଥିବାରୁ ଏପରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।

ଓର୍ଗାନ ଫସଫେଟ ନାମକ ବିଷ ପିଇ ଆତ୍ମହତ୍ୟା ଊଦ୍ୟମ କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ବର୍ତ୍ତମାନ ନାବାଳକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ତେବେ ପୁଲିସ ଏ ନେଇ କୌଣସି ମାମଲା ରୁଜୁ କରିନଥିବା ଜଣାପଡ଼ିଛି।