ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିବେଦନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଡ୍ରାଇଭରଙ୍କ ଆନ୍ଦୋଳନ ଆଜି ୩ୟ ଦିନରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି । ଗତକାଲିର ଆଲୋଚନା ପରେ ବି ଆନ୍ଦୋଳନ କରୁଥିବାରୁ ଶ୍ରୀ ଜେନା ନିବେଦନ କରିଛନ୍ତି ।

ଅନ୍ୟପଟେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଡ୍ରାଇଭରଙ୍କ ସହଯୋଗ ଲୋଡ଼ିଛନ୍ତି । ୩ ମାସ ସମୟ ମାଗିଛୁ ଆଶା କରୁଛି ଆପଣମାନେ ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଆନ୍ଦୋଳନକାରୀ ଡ୍ରାଇଭରମାନେ ଆଉ ପ୍ରତିଶ୍ରୁତି ନୁହେଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି କହିଛନ୍ତି ।