ସୋମବାରଠୁ ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌

ନୂଆଦିଲ୍ଲୀ,ଏଜେନ୍ସି: ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ। ଆସନ୍ତାକାଲି (ସୋମବାର) ଠାରୁ ତିନି ଦିନିଆ( ଏପ୍ରିଲ ୪ରୁ ଏପ୍ରିଲ ୬) ଗସ୍ତରେ ଯିବେ ଆର୍ମି ଚିଫ୍‌ ନରୱାଣେ। ତେବେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ସେ ଏହି ଗସ୍ତରେ ଯାଉଛନ୍ତି।

ସେହିପରି ତାଙ୍କର ଏହି ଗସ୍ତ ସମୟରେ ଆର୍ମି ଚିଫ୍‌ ସିଙ୍ଗାପୁରର ବରିଷ୍ଠ ସେନା ଅଧିକାରୀ ଓ ନାଗରିକ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ଏଥିସହ ଆସନ୍ତାକାଲି( ଏପ୍ରିଲ୍‌ ୪ ତାରିଖ) ସେ ସିଙ୍ଗାପୁର ସ୍ଥିତି କ୍ରାଞ୍ଜି ୱାର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହା ସହିତ ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ, ସିଙ୍ଗାପୁର ସେନାର ମୁଖ୍ୟ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସେନା ମୁଖ୍ୟ ନରୱାଣେ ଭାରତ ଓ ସିଙ୍ଗାପୁର ପ୍ରତିରକ୍ଷା ସମ୍ପର୍କରେ ଆଲୋଚନା କରିବେ।

ଅନ୍ୟପଟେ ସେ ପଦାତିକ(Infantry) ଗୁନେରୀ ଟ୍ୟାକ୍ଟିକାଲ୍ ସିମୁଲେସନ୍ ଏବଂ ୱାରଗେମ୍ ସେଣ୍ଟର ଓ ଆଞ୍ଚଳିକ ଏଚ୍‌ଏଡିଆର୍‌ କୋର୍ଡିନେସନ (ସମନ୍ୱୟ) କେନ୍ଦ୍ର ସହ ସୂଚନା ଫ୍ୟୁଜନ୍ ସେଣ୍ଟର ଏବଂ ଚାଙ୍ଗି ନାଭାଲ୍ ବେସ୍ ପରିଦର୍ଶନରେ ଯିବେ। ତେବେ ଗତ ବର୍ଷ ଡିସେମ୍ବରରେ ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ସାଉଦି ଆରବ ଯାଇଥିଲେ। ତେବେ ଏହି ଦୁଇ ପଶ୍ଚିମ ଏସୀୟ ଦେଶକୁ ନରୱାଣେଙ୍କ ଆର୍ମି ଚିଫ୍‌ ଭାବେ ଏହା ପ୍ରଥମ ଗସ୍ତ। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ ସାମରିକ କ୍ଷେତ୍ରରେ ସୁମ୍ପର୍କ ରହିବ ବୋଲି ବିଶେଷଜ୍ଞ କହିଛନ୍ତି।