ପାଟଣାଗଡ଼,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଟଣାଗଡ଼ ଗସ୍ତ କରି ସ୍ଥାନୀୟ ରମାଇ ହାଇସ୍କୁଲ ଖେଳ ପଡ଼ିଆର ଅୟୋଜିତ ସଭାରେ ଯୋଗେଦଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହାସହ ପ୍ରସିଦ୍ଧ ହରିଶଙ୍କର ମନ୍ଦିର ଉନ୍ନତିକରଣ ପାଇଁ ୩୯ କୋଟି ୬୫ ଲକ୍ଷ ଟଙ୍କାର କାର୍ଯ୍ୟକୁ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ଗୃହ ଓ ଶକ୍ତି ବିଭାଗର ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ଓ ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ଯୋଜନାରେ କ୍ଷୀର ଧରୁଆ, ସଜନୀ ବରିଆ, ଅବଦୁଲ ସମିଲ ରାବଣୀଙ୍କୁ ସ୍ମାଟ କାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା, ଓ ପାଟଣାଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଜଣେ ଅତିରିକ୍ତ ଏସପିଙ୍କ ସହ ୫ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ୧୪ଜଣ ସବଇନ୍ସପେକ୍ଟର, ୨୨ଜଣ ଏସଏସଆଇ ଓ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।