ମହିଳାଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ସବୁ ବର୍ଗର ମହିଳାଙ୍କୁ ସଶକ୍ତ କରିବା ସହ ସେମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିଲାଗି ସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି ବୋଲି ବିଧାୟିକା ଲତିକା ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ବିଜେଡି ମହିଳା ସଂଗଠନ ଅନ୍ୟ ଦଳ ଅପେକ୍ଷା ଅଧିକ ମଜବୁତ। ମୁଖ୍ୟମନ୍ତ୍ରୀ କୌଣସି କଥା ନୁହେଁ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଆସୁଛନ୍ତି।

ଏଥିରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରତିଟି କୋଣରୁ ମହିଳାମାନେ ବିଜେଡିକୁ ଭଲ ପାଇବା ସହ ଦଳରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଜେଡି ମହିଳା ସଂଗଠନ ମଜବୁତ ହୋଇଥିବା ବେଳେ ଗ୍ରାମ ତଥା ୱାର୍ଡ ମୁହାଁ ହୋଇଛି। ସଂଗଠନ ମଜବୁତ ଥିବାରୁ ବିରୋଧୀଦଳର ଆକ୍ସନପ୍ଲାନ ଆଜି କାର୍ଯ୍ୟ କରୁନି। ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଆଦି ସମସ୍ତ କ୍ଷେତ୍ରରେ ସୁଯୋଗ ଦିଆଯାଉଛି। ଏସଏଚଜି ମହିଳା ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଡେଡି ସୁପ୍ରିମୋଙ୍କ ମା’ଙ୍କୁ ସମ୍ମାନ, ଗାଁକୁ କାମ’ ଲକ୍ଷ୍ୟ ଆଜି ସଫଳ ହୋଇଛି। ତେବେ ରାଜ୍ୟରେ ୧୯୯୦ରେ ପ୍ରଥମ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକୁ ମହିଳା ସଶକ୍ତୀକରଣ ଲାଗି ଯୋଜନା ଆରମ୍ଭ କରିଥିଲେ। ସେହି ଲକ୍ଷ୍ୟକୁ ପୂରଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି।