ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪ ମାସର ଭତ୍ତା ପ୍ରଦାନ କଲେ ଢ଼େଙ୍କାନାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷ

ଢ଼େଙ୍କାନାଳ,ଏନ୍ଏନ୍ଏସ୍: କରୋନା ବର୍ତ୍ତମାନ ସାରା ଦେଶ ପାଇଁ ବିପର୍ଯ୍ୟୟ ପାଲଟିଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟସରକାର ତତ୍ପରତା ଦେଖାଇଛନ୍ତି। ଏଥିରେ ସହଯୋଗର ହାତବଢ଼ାଇଛନ୍ତି ଢ଼େଙ୍କାନାଳର ଜିଲ୍ଲାପରିଷଦ ଉପାଧ୍ୟକ୍ଷ। ଏ ନେଇ ଢ଼େଙ୍କାନାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ନିଜର ୪ ମାସର ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ସହଯୋଗରେ ହାତ ବଢ଼ାଇଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫୦୦୦ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ସେ ଏହି ଭୂତାଣୁ ପ୍ରତି ସଚେତନ ରହିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।