୨୦୨୧ ଜନଗଣନା ଓ ଏନ୍‌ପିଆର ପ୍ରକ୍ରିୟାକୁ ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୧ ଜନଗଣନା ଓ ଏନ୍‌ପିଆର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ତେବେ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜନଗଣନା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇଛନ୍ତି। ଏହି ଜନଗଣନା ପ୍ରକ୍ରିୟାରେ ପାଖାପାଖି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ନିୟୋଜିତ ହେବାକୁ ଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତିକୁ କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଛି।

 କରୋନା ବର୍ତ୍ତମାନ ସାରା ଦେଶରେ ମହାମାରୀ ପାଲଟି ଥିବା ବେଳେ ଏହା ଏକ ସଂକ୍ରାମକ ରୋଗ। ତେଣୁ ଏହି ଜନଗଣନା ପ୍ରକ୍ରିୟାରେ କର୍ମଚାରୀମାନେ ଘରଘର ବୁଲି ନିର୍ଦ୍ଧାରିତ ୩୧ଟି ପ୍ରଶ୍ନ ପଚାରିବେ। ଏହା ଦ୍ୱାରା କର୍ମଚାରୀ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।