ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାକ୍ରମ ଦିବସ ଅବସରରେ କଟକ ଖାନନଗରରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ ସହ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ବଳିଦାନର ସ୍ମୃତିଚାରଣ କରିଛନ୍ତି। ୧୨ ଏକର ଜମିରେ ୬୫ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ ହୋଇଛି। ଏଠାରେ ଏକ ସମୟରେ ୧୮୦ଟି ବସ୍ ରହିବାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ପ୍ରସ୍ତାବିତ ଅତ୍ୟାଧୁନିକ ବସ୍ ଟର୍ମିନାଲର ଗ୍ରାଫିକ୍ସ ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।