ପିପିଲିରେ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ,ଏନ୍ଏନ୍ଏସ୍: ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ପିପିଲିବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ୪୧ କୋଟି ୨୫ ଲକ୍ଷର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପିପିଲି ବସଷ୍ଟାଣ୍ଡ, ଭେଣ୍ଡିଂ ପାର୍କ, ଟାଉନ ହଲ ଓ କଲ୍ୟାଣ ମଣ୍ଡପର ଉନ୍ନତୀକରଣ ପାଇଁ ୧କୋଟି ୫୦ଲକ୍ଷ ଟଙ୍କା, ଭୁବନାନ୍ଦ ପୁଷ୍ମରିଣୀ ପୁନରୁଦ୍ଧା ଓ ଉନ୍ନତୀକରଣ, ପାଣି ପାଇପ ସମ୍ପ୍ରସାରଣ ପାଇଁ ୨ କୋଟି ଟଙ୍କା, ଆଦର୍ଶ ଶବଦାହ କେନ୍ଦ୍ର ଓ ସ୍ମାର୍ଟ ପାର୍କ ପାଇଁ ୭୫ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପିପିଲି ଉପନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସମେତ ପୁରୀ ଜିଲ୍ଲାର ନେତା ଓ ସମସ୍ତ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।