ସୁପ୍ରିମକୋର୍ଟର ପ୍ରଧାନ ବିଚାରତପତିଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ନୂତନ କୋଠା ଲୋକାର୍ପିତ

କଟକ,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ନୂଆ କୋଠାକୁ ଲୋକାର୍ପିତ କରିଛନ୍ତି। ଏହି ଉଦଘାଟନ ସମୟରେ ସୁପ୍ରିମକୋର୍ଟ ଜଜ୍ ୟୁୟୁ ଲଳିତ ଓ ଭିନିତ ସରଣ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ରମଣାଙ୍କୁ ଓଡ଼ିଆ ସଂସ୍କୃତି ଅନୁସାରେ ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।